
ମାର୍ଚ୍ଚ ୨୯ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ଭୁବନେଶ୍ୱର: ମାର୍ଚ୍ଚ ୨୯ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ସମନ୍ବୟ ବୈଠକରେ ରଥ ଯେପରି ସଠିକ୍ ସମୟରେ ପ୍ରସ୍ତୁତ ହେବା ସହ ଶୃଙ୍ଖଳିତ ନିତିକାନ୍ତି କିପରି ହୋଇପାରିବ ସେନେଇ ଆଲୋଚନା ହୋଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖ ଭୋର ୫ଟା ସମୟରେ ମଙ୍ଗଳ ଆଳତି ହେବ। ତା’ ପର ଦିନ ପ୍ରାୟ ସାଢେ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବ। ଏହାପରେ ଏପ୍ରିଲ ୨ ତାରିଖରେ ପ୍ରଭୁଙ୍କ ବାହୁଡା଼ ଯାତ୍ରା ହେବ।