ଆଜି ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ପାଳିବେ ଋଷିପଞ୍ଚମୀ ବ୍ରତ

ପୁରୀ: ଶ୍ରୀମନ୍ଦିରରେ ଗୁରୁବାର ଋଷି ପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଶ୍ରୀଦେବୀ (ମହାଲକ୍ଷ୍ମୀ) ମାର୍କଣ୍ଡେୟ ଋଷିଙ୍କ ଆଶ୍ରମକୁ ଯାଇ ଋଷିପଞ୍ଚମୀ ବ୍ରତ ପାଳନ କରିବେ। ସକାଳ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ସାତପାହାଚସ୍ଥିତ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟ ମନ୍ଦିର ଅଭିମୁଖେ ଯିବେ। ସେଠାରେ ମାଜଣା, ବନକଲାଗି ପରେ ପୂଜାପଣ୍ଡାମାନେ ଋଷିପଞ୍ଚମୀ ବ୍ରତ କଥା ପାଠ କରିବେ। ଏହାପରେ ଶୀତଳ ଭୋଗ ମଣୋହି କରାଯାଇ ବନ୍ଦାପନା ହେବ। ନୀତି ସମ୍ପନ୍ନ ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ।

Related Articles

Back to top button