ଅଗଷ୍ଟ ୧ରେ ସମ୍ବଲପୁରୀ ଦିନ: ସରକାରୀ କର୍ମଚାରୀମାନଙ୍କୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଅଫିସ ଆସିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ ତାରିଖରେ ପାଳନ ହେବାକୁ ଯାଉଛି ସମ୍ବଲପୁରୀ ଦିନ । ଓଡିଶାର ପ୍ରସିଦ୍ଧ ତଥା ଭିନ୍ନ ସହର ସମ୍ବଲପୁରକୁ ସମ୍ମାନ ଜଣାଇବାର ଏକ ଦିନ । ତେଣୁ ଏହି ଦିନ ସମସ୍ତଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଅଗଷ୍ଟ ୧ ତାରିଖରେ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଅଫିସ ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲାର ସମସ୍ତଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ କର୍ମଚାରୀମାନେ ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ସମ୍ବଲପୁରୀ ବସ୍ତ୍ର ପିନ୍ଧିବା ପାଇଁ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବଲପୁରୀ ଦିନ ଅବସରରେ ଏହି ପଦକ୍ଷେପ ନେଇଛନ୍ତି ଜିଲ୍ଳାପାଳ ।

Related Articles

Back to top button