
ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍
ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍। ଅଗଷ୍ଟ ୧ ତାରିଖରେ ପାଳିତ ହୁଏ ଏହି ଦିନ। କୋଶଳୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ।
ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକେ ସମ୍ବଲପୁରୀ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଜମଇେଥିବାର ଦେଖିବାକୁ ମିଳିଛି। ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ। ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି। ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ।ଏଣେ ସମ୍ବଲପୁରୀ ଦିନ୍ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।