ପୁରୀରେ ସାଣ୍ଡ ଆର୍ଟ ପାର୍କର ଉଦଘାଟନ, ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ :  ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼  । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ  । ପୁରୀ ବେଳାଭୂମିର ସୂଚ୍ଛତାକୁ ବଜାୟ ରଖିବା ବାର୍ତ୍ତାଦେବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଆରମ୍ଭ କରିଛନ୍ତି  ବାଲୁକା କଳା ପାର୍କ । ପ୍ରତ୍ୟେକ ବର୍ଷ ଏହି ସାଣ୍ଡ ଆର୍ଟ ପାର୍କରେ ବିଭିନ୍ନ ବାଲୁକା କଳାକୁ ସ୍ଥାନିତ କରି ମାନସ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସନ୍ଦେଶ ଦେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ କାର୍ଟୁନ ଚିତ୍ର ମଉନା ଓ ମଉଇ ଚରିତ୍ରର ବାଲୁକା କଳା ସହିତ ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ମଧ୍ୟ ସନ୍ଦେଶ ଦେଇଛନ୍ତି ।

ଏଥିସହ ଫାଇଟ ଏଗନଷ୍ଟ ଏଭିଲର ବାଲୁକା କଳା ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ।ଏହି ବାଲୁକାକଳା ପାର୍କକୁ ପୁରୀ ଜିଲ୍ଲାପାଳ ଉଦଘାଟନ କରିଥିବା ବେଳେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମାଜସେବୀ ବଦ୍ରୀ ମିଶ୍ର ଉପସ୍ଥିତ ରହିଥିଲେ ।ତେବେ ଏହି ବାଲୁକାକଳା ପ୍ରସ୍ତୁତ କରିବାକୁ ମାନସଙ୍କୁ ୪ ଦିନ ଲାଗିଥିଲା ।  ପ୍ରଶାସନ ତରଫରୁ ସହଯୋଗ ମିଳିଲେ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ବଢିବା ସହିତ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଇପାରିବ ବୋଲି ସେ କହିଛନ୍ତି ।

Related Articles

Back to top button