
ପୁରୀ ସମୁଦ୍ର ବେଳାଭୂମୀରେ ମହାଦେବଙ୍କ ଆକର୍ଷଣୀୟ ମୂର୍ତ୍ତି ଗଢିଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ପବିତ୍ର ଶିବରାତ୍ରୀ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଳାଦ୍ରୀ ସମୁଦ୍ର ବେଳାଭୂମୀରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ନିର୍ମିତ ମହାଦେବ। ଆଠଟି ଶିବଲିଙ୍ଗ ସହ ଗଢିଛନ୍ତି ମହାଦେବଙ୍କର ପାଞ୍ଚଟି ପ୍ରତିମୂର୍ତ୍ତି। ଏହି ବାଲୁକା କଳାରେ ଓମ୍ ନମଃ ଶିବାୟ ଲେଖିବା ସହ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।