ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି

ନନ୍ଦନକାନନରେ ଶୋକର ଛାୟା ଖେଳିଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀର ମୃତ୍ୟୁ ହଇଛି ।ସୂଚନା ଅନୁସାରେ, ଗୁରୁବାର ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି । କିଛି ଦିନ ପୂର୍ବରୁ ବାଘୁଣୀ ‘ସାରା’ର ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିଲା । ସେଥିପାଇଁ ଚିକିତ୍ସା ମଧ୍ୟ କରାଯାଉଥିଲା । କିନ୍ତୁ ତାର ମୃତ୍ୟୁ ହୋଇଯାଇଛି । ୨୦୦୬ ମସିହାରେ ବାନ୍ଧବଗଡ଼ରୁ ନନ୍ଦନକାନନକୁ ବାଘୁଣୀ ‘ସାରା’ ଆସିଥିଲା ଆଉ ୧୦୨୪ ମସିହାରେ ତାର ଅସୁସ୍ଥତା ପାଇଁ ମୃତ୍ୟୁ ହୋଇଯାଇଛି । ନନ୍ଦନକାନନରେ ବାଘୁଣୀକୁ ପ୍ରାୟ ୧୯ ବର୍ଷ ହୋଇଥିଲା । ସାରାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି।

Related Articles

Back to top button