କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର: ସତ୍ୟ ନାୟକ ଏହି ନାମ ସାମ୍ବାଦିକତା ଜଗତରେ ଯେତେ ଜଣା ଶୁଣା ରାଜନୀତିରେ ମଧ୍ୟ ଖୁବ ପ୍ରତିଷ୍ଠିତ । ନିଜ ପ୍ରଶ୍ନବାଣରେ ବିରୋଧୀ ମାନଙ୍କୁ ଘାଇଲା କରୁଥିବା ସତ୍ୟ ନାୟକ କଂଗ୍ରେସ ମଙ୍ଗ ଧରିଥିଲେ । କିନ୍ତୁ ଆଜି ସେ କଂଗ୍ରେସ ଛାଡିଛନ୍ତି । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି ।
ନିଜ ଟ୍ୱିଟର ପୋଷ୍ଟରେ ସେ ତାଙ୍କର ଇସ୍ତଫା ପତ୍ରର ଏକ ଫଟୋ ଛାଡିଛନ୍ତି ।

ସେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ପରିବର୍ତ୍ତନ ଅତ୍ୟନ୍ତ କଷ୍ଟକର । ଆମେ ରହିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଆମର ମୂଲ୍ୟକୁ କେହି ବୁଝି ପାରନ୍ତି ନାହିଁ । ମୁଁ ବହୁ ଦୁଃଖର ସହିତ କହିଛୁ ଯେ ମୁଁ କଂଗ୍ରେସ ଦଳରୁ ଇସ୍ତଫା ନେଉଛି ।

ଏହା ସହିତ ସେ ତାଙ୍କ ପୋଷ୍ଟରେ ପିସିସି ସଭାପତି ଶରତ ପଟ୍ଟନାୟକ,କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର, କଂଗ୍ରେସ ପ୍ରଦେଶର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ନାମ ଟ୍ୟାଗ କରିଛନ୍ତି ।

ସେ ଯେଉଁ ପତ୍ର ପୋଷ୍ଟ କରିଛନ୍ତି ସେ ଥିରେ ସେ ଦଳର ଆଭିମୁଖ୍ୟ ଆଉ କେଉଁ କାର୍ଯ୍ୟ ପାଇଁ ଆମେ ଏହି ଦଳରେ ଅଛୁ ତାହା ପ୍ରଶ୍ନ କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେଉଁ ଆମ କାର୍ଯ୍ୟକର୍ତ୍ତା ଆମକୁ ପ୍ରଶ୍ନ କରୁଛନ୍ତି ଆମ ସହିତ ମହିଳା ମାନେ ନାହାନ୍ତି, ଚାଷୀ ମାନେ ନାହାନ୍ତି, ଯୁବ ମାନେ ନାହାନ୍ତି ତେବେ ଆମେ କାହା ପାଇଁ କାର୍ଯ୍ୟ କରୁଛୁ ।

Related Articles

Back to top button