ରାଜ୍ୟର ୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲାର ୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ କେଉଁ କେଉଁ ସ୍ଥାନରେ ଡିଗ୍ରୀ କଲେଜ ଓ କେତେ ପିଲା ପଢ଼ୁଛନ୍ତି ଏବଂ କେଉଁ ବ୍ଲକରେ ଡିଗ୍ରୀ କଲେଜ ନାହିଁ, ସେ ନେଇ ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଉତ୍ତର ରଖି ଏହି ତଥ୍ୟ ଦେବା ସହ କହିଥିଲେ ନବରଙ୍ଗପୁର ଜିଲାର ସର୍ବାଧିକ ୫ଟି ବ୍ଲକ୍‌ରେ ଡିଗ୍ରୀ କଲେଜ ନାହିଁ। ଏହାପରେ ରାୟଗଡ଼ାରେ ୪ଟି ବ୍ଲକ, ଗଜପତି, କୋରାପୁଟ ଓ ସୁନ୍ଦରଗଡ଼ରେ ୨ଟି ଲେଖାଏ ବ୍ଲକ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଏବଂ ମୟୂରଭଞ୍ଜର ଗୋଟିଏ ଲେଖାଏ ବ୍ଲକ୍‌ରେ ଡିଗ୍ରୀ କଲେଜ ନାହିଁ। ଏହି ବ୍ଲକଗୁଡ଼ିକରେ କଲେଜ ଖୋଲିବାକୁ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Articles

Back to top button