ଢେଙ୍କାନାଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟି ୪ ଛାତ୍ର ଗୁରୁତର

ଢେଙ୍କାନାଳ: ଓଲଟିଲା ସ୍କୁଲ ଟାଟା ମ୍ୟାଜିକ। ବିଲକୁ ଖସିପଡ଼ି ଆହତ ହେଲେ ଛାତ୍ରଛାତ୍ରୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଟାଟା ମ୍ୟାଜିକ୍ ଓଲଟି ପଡ଼ିଥିଲା। ସ୍କୁଲରୁ ପିଲାମାନଙ୍କୁ ନେଇ ଘରକୁ ଫେରୁଥିବା ବେଳେ କୁଲେଇ ଗ୍ରାମ ପାତ୍ର ସାହି ନିକଟରେ ବିଲ ତଳକୁ ଗାଡିଟି ଖସି ଯାଇଥିଲା।

ଫଳରେ ଗାଡିରେ ଥିବା ୧୫ ଜଣ ଛାତ୍ର ଛାତୀଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ର ଛାତ୍ରୀମାନଙ୍କୁ ଉଦ୍ଧର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଳ ଅଛି।  ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

Related Articles

Back to top button