
ଜୁନ୍ ୨୦ ତାରିଖରେ ବନ୍ଦ ରହିବ ଟ୍ଵିନ୍ ସିଟିର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍
ବୁଧବାର ଦିନ ଓଡ଼ିଶା ସରକାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍ ଗୁଡିକ ଆସନ୍ତା ଜୁନ୍ ୨୦ ତାରିଖରେ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହାକୁ ନେଇ X ଏକ ସୂଚନା ଜାରି କରିଛନ୍ତି। ଯେଉଁଥିରେ ଭୁବନେଶ୍ୱର ଓ କଟକ ମହାନଗରସ୍ଥିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି।
ରାଜ୍ୟରେ ବିଜେପି ସରକାରଙ୍କର ଗୋଟିଏ ବର୍ଷ ପୂରଣ ଉପଲକ୍ଷେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତି ରହିବେ।ରାଜ୍ୟ ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ପଠାଇଛି।ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି “ଆସନ୍ତା ଜୁନ୍ ୨୦ ତାରିଖ ଦିନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଉଛି। ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିପୁଳ ଜନ ସମାଗମ ହେବାର ସମ୍ଭାବନା ଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ, ଭୁବନେଶ୍ୱର ଓ କଟକ ମହାନଗରସ୍ଥିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ।”