ଆସନ୍ତାକାଲି ଠାରୁ ସ୍ଵାଭାବିକ ହେବ ସ୍କୁଲ୍ : ପୂର୍ବ ଭଳି ସକାଳ ୧୦ଟାରୁ ଖୋଲାଯିବ

ଆସନ୍ତାକାଲି ଠାରୁ ସ୍ଵାଭାବିକ ହେବ ସ୍କୁଲ୍ । ରାଜ୍ୟରେ ପାଗ ବଦଳିଥିବାରୁ ତଥା ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୋମବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ହେବ ସ୍କୁଲ । ପୂର୍ବ ଭଳି ସକାଳ ୧୦ଟାରୁ ସ୍କୁଲ ଖୋଲାଯିବ।ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାଣିପାଗ ବଦଳିଛି ।

ମୌସୁମୀ ବର୍ଷା ସ୍ବାଭାବିକ ହୋଇଥିବାରୁ ସ୍କୁଲ ସ୍ବାଭାବିକ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ଆସନ୍ତାକାଲି ଅର୍ଥାତ ଜୁନ ୨୪ ସୋମବାର ଠାରୁ ସାରା ରାଜ୍ୟରେ ଦିନ ୧୦ଟା ରୁ ଖୋଲିବ ସ୍କୁଲ । ଆଉ ସକାଳୁଆ ସ୍କୁଲ କିମ୍ବା ଛୁଟି ବୃଦ୍ଧି ପାଇବ ନାହିଁ ।

Related Articles

Back to top button