ଭୁବନେଶ୍ୱରରେ ‘ସାଇନ୍ସ ସିଟି’ ର୍ନିମାଣ କରାଯିବ, ଚିହ୍ନଟ ହୋଇଛି ୩୦ ଏକର ଜମି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଏକ ବିଜ୍ଞାନ ସହର (ସାଇନ୍ସ ସିଟି) ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୩୦ ଏକର ଜମି ଚିହ୍ନଟ ହୋଇଛି। ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ସାଇନ୍ସ ମ୍ୟୁଜିୟମକୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ଶୁକ୍ରବାର ଗୃହରେ ମନ୍ତ୍ରୀ ପଣ୍ଡା ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ବାଚସ୍ପତିଙ୍କ ଅନୁମତି ନେଇ ଏହି ସୂଚନା ଦେଇଥିଲେ । ଅନ୍ୟ ରାଜ୍ୟ ଢାଞ୍ଚାରେ ଭୁବନେଶ୍ୱରରେ ସାଇନ୍ସ ସିଟି ର୍ନିମାଣ କରାଯିବ । ସାତକୋଶିଆ ଅଞ୍ଚଳରେ ବାୟୋସ୍ପିୟର ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯିବ ବୋଲି ସେ କହିଥିଲେ।

Related Articles

Back to top button