ସୁପରଟେକ୍ ଟ୍ୱିନ ଟାୱାର ଧ୍ୱଂସ ଲାଗି ନିୟୋଜିତ ହୋଇଥିବା ଟିମରେ ଥିଲେ ଓଡିଆ ବୈଜ୍ଞାନିକ

ଭୁବନେଶ୍ୱର : ୯ ସେକେଣ୍ଡରେ ନୋଏଡାର ସେକ୍ଟର ୯୩-ଏ ରେ ଥିବା ସୁପରଟେକ୍ ଟ୍ବିନ୍ ଟାୱାର ଧୂଂସସ୍ତୂପରେ ପରିଣତ ହୋଇଛି। ବିସ୍ଫୋରଣ ବେଳେ ଆଖପାଖ କୌଣସି ଟାୱାର ଅବା ଜନବସତିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସବୁ ହୋଇଥିଲା ଓ ଏଥିରେ କାହାରି କିଛି କ୍ଷତି ହୋଇନାଥିଲା ।

ଏହି ସଫଳତା ପଛରେ ଜଣେ ମହାନ୍ ବୈଜ୍ଞାନିକଙ୍କର ହାତ ରହିଥିଲା। ଯାହାଙ୍କର କାରିଗରୀ କୋଶଳ ଯୋଗୁଁ ନିମିଷକରେ ଏତେ ବଡ ଟାୱାରର ପତନ ଘଟିପାରିଥିଲା। ନୋଏଡାର ସେକ୍ଟର ୯୩ ଏ ଠାରେ ସୁପରଟେକ୍ ଟୁଇନ ଟାୱାର – ଆପେକ୍ସ (୩୨ ମହଲା) ଏବଂ ସେୟାନ (୨୯ ମହଲା) କୁ ଭାଙ୍ଗିବା ପାଇଁ ଯେଉଁ ସବୁ କମ୍ପାନିର ଇଞ୍ଜିନିୟର ଓ ବୈଜ୍ଞାନିକ ମାନେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ କେନ୍ଦ୍ରୀୟ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର(CBRI) ମୁଖ୍ୟ ବୈଜ୍ଞାନିକ ଦେବୀ ପ୍ରସାଦ କାନୁନଗୋ।

ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଲା ଗାଁର ମୂଳ ବାସିନ୍ଦା ବୈଜ୍ଞାନିକ ଦେବୀ ପ୍ରସାଦ କାନୁନଗୋ ।  ଜିଓ-ହାଜାରଡ ରିକ୍ସ ରେଡୁସନ କରିବାରେ ପାରଦର୍ଶୀ ଅଟନ୍ତି କାନୁନଗୋ । ଟୁଇନ ଟାୱାର  ଭାଙ୍ଗିବା ପାଇଁ  ଷ୍ଟ୍ରକଚରାଲ୍ ଇଞ୍ଜିନିୟର୍, ଜିଓଟେକ୍ନିକାଲ୍ ଇଞ୍ଜିନିୟର୍, ଖଣି ଇଞ୍ଜିନିୟର୍ ଏବଂ ବ୍ଲାଷ୍ଟ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ ହୋଥିଲା ଯାହାର ନେତୃତ୍ୱ ନେଇଥିଲେ ବୈଜ୍ଞାନିକ କାନୁନଗୋ  ।  ଟୁଇନ ଟାୱାର ଚାରିପାଖ ସମ୍ପତ୍ତିର ନିରାପତ୍ତା ଏବଂ ସର୍ବନିମ୍ନ କ୍ଷତି ହୋଇଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି ।

ଧରଣୀଧର କଲେଜ, କେନ୍ଦୁଝରରୁ ଭୂବିଜ୍ଞାନରେ ବିଏସସି ସମାପ୍ତ କରିବା ପରେ ସେ  ବିପର୍ଯ୍ୟୟ ପରିଚାଳନାରେ ଆଇଆଇଟି-ରୁର୍କିରୁ MTech ଏବଂ PhD ଡିଗ୍ରୀ (ଇଞ୍ଜିନିୟରିଂ-ଜିଓଲୋଜିଷ୍ଟ) କରିଥିଲେ୧୯୯୪ ପରଠାରୁ CBRI ରେ  ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଆସୁଛନ୍ତି |

୨୦୨୧ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯାଆଁଳା ଟାୱାର ଭାଙ୍ଗିବାର ସାମଗ୍ରିକ କାର୍ଯ୍ୟକାରିତା ଉପରେ (CBRI)  ତଦାରଖ କରୁଥିଲା।

Related Articles

Back to top button