ଏସଡିଆଇପିଆରଓ ନିଯୁକ୍ତି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଦେବାକୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଏସଡିଆଇପିଆରଓ (ଓଆଇଏସ-୨) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଦେବାକୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପରରେ ୬ ମାର୍କ କମ୍ ଥିଲା । ୧୦୦ ମାର୍କ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା ।ମାର୍ଚ୍ଚ ୨୯-୩୦ ତାରିଖ ପରୀକ୍ଷା ହୋଇଥିଲା । ୩୯ ପଦବୀ ପାଇଁ ପାଖାପାଖି ୧୦୦୦ରୁ ଅଧିକ ଆଶାୟୀ ପରୀକ୍ଷା ଦେଇଥିଲେ । ପରୀକ୍ଷାର ଦ୍ୱିତୀୟ ଦିନ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପର ପରୀକ୍ଷା ଥିଲା । ୩୦ ତାରିଖ ଅପରାହ୍ନରେ ପେପର-୪ର ଲିଖିତ ପରୀକ୍ଷା କରାଯାଥିଲା ।

Related Articles

Back to top button