ଅବସରପ୍ରାପ୍ତ ଅଧିକାରୀଙ୍କୁ ମିଳିବ ସହରାଞ୍ଚଳରେ ୧ ବର୍ଷ ପାଇଁ ଠିକା ନିଯୁକ୍ତି ଦିଆଯିବ

ଭୁବନେଶ୍ୱର: ବର୍ତ୍ତମାନ ଅବସରପ୍ରାପ୍ତ ଓଏଏସ୍, ଓଏଫଏସ୍, ଓପିଏସ୍, ଓଆରଏସ୍, ଜିଲ୍ଲା ପରିସଂଖ୍ୟାନ ଅଧିକାରୀଙ୍କୁ ମିଳିଛି ବଡ ଦାୟିତ୍ୱ। ବଡ ବଡ଼ ବାବୁଙ୍କ ଠାରୁ ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମିଳିବ ସହରାଞ୍ଚଳରେ ଠିକା ପଦବୀ । ସହରାଞ୍ଚଳ ଦାୟିତ୍ୱରେ ରହିବେ ଏହି ଅବସରପ୍ରାପ୍ତ ଅସ୍ଥାୟୀ ଅଧିକାରୀ । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଠିକା ବୋଲି ରାଜ୍ୟ ସରକାର କହିଥିବା ବେଳେ ସେମାନଙ୍କୁ ୧ ବର୍ଷ ପାଇଁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଏହି ଅଧିକାରୀ ମାନେ ସମସ୍ତ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହେବେ । ସହରାଂଚଳର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଏହି ନିଯୁକ୍ତି କରାଯିବ ।

ସୂଚନାମୁତାବକ, ଏଥିପାଇଁ ସେମାନଙ୍କୁ ମାସିକ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଅବସରପ୍ରାପ୍ତ କର୍ମଚାରୀମାନେ ପୌରସଂସ୍ଥା ଗୁଡ଼ିକର ନିରୀକ୍ଷଣ କାମ ବୁଝିବେ । ବୁଧବାର ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହି ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ ସହିତ କାର୍ଯ୍ୟ ପରିଚାଳନା ପାଇଁ ଶକ୍ତିଶାଳୀ ପ୍ରକଳ୍ପ ପରିଚାଳନା ୟୁନିଟ୍ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ରାଜ୍ୟରେ ଖାଲି ଥିବା ସ୍ଥାନରେ ଏମାନଙ୍କୁ ନିଯୁକ୍ତି ଦିଆଯିବ । ଆଉ ଏହି କର୍ମଚାରୀ ମାନଙ୍କ ଦ୍ୱାରା ଲୋକଙ୍କ ସମସ୍ୟା ଦୂର ହେବ ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ତ୍ୱରିତ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button