ଭଦ୍ରକ ମଦିନା ମୈଦାନ ଓ ଏହାର 200 ମିଟର ପରିଧି ଭିତରେ 144 ଧାରା ଲାଗୁ

ମଦିନା ମୈଦାନ ଓ ଏହାର 200 ମିଟର ପରିଧି ଭିତରେ 144 ଧାରା ଲାଗୁ । ଶୁକ୍ରବାର ପୂର୍ବାହ୍ନ 11 ଟାରୁ ଶନିବାର ସକାଳ 6ଟା ପର୍ଯ୍ୟନ୍ତ 144 ଧାରା ବଳବତ୍ତର ରହିବ । 144 ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର । ଆଇନ ଶୃଙ୍ଖଳା ବିପର୍ଯୟ ହେବା ଆଶଙ୍କାକୁ ଏଡ଼ାଇବା ପାଇଁ ଏହି କଟକଣା ଲାଗୁ କରାଯାଇଛି । ନିୟମ ଉଲଂଘନ କଲେ ଭଦ୍ରକ ପୁରୁଣାବଜାର ପୋଲିସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ।

ସୂଚନା ଅନୁସାରେ ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ । ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ହେବା ସହ ହତ୍ୟା, ଦଙ୍ଗା ଓ ସାଧାରଣ ଜନତାଙ୍କ ଧନ, ଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନଙ୍କ ଅଭିଯୋଗ ଭିତ୍ତିରେ ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୁରୁଣା ବଜାର ଥାନା ଆଇଆଇସି ଙ୍କୁ ନିର୍ଦେଶ ଦେବା ସହ ଏ ନେଇ ଜିଲ୍ଲାପାଳ, ଏସପି, ସିଟି ଡିଏସପି ପ୍ରମୁଖଙ୍କୁ ଅବଗତ କରାଇଛନ୍ତି ।

Related Articles

Back to top button