ନନ୍ଦନକାନନରେ ନିୟୋଜିତ ହେବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ

ନନ୍ଦନକାନନରେ ରହିବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଉଛି । ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହେବାରୁ ସମସ୍ତ ଅଧିକାରୀମାନେ ଭୟଭୀତ ହୋଇପଡିଛନ୍ତି ।ଏପରିକି ନନ୍ଦନକାନନରେ କାର୍ଯ୍ୟରତ ଅଧିକାରୀଙ୍କ ସହ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ ।

ନନ୍ଦନକାନନର ସୁରକ୍ଷା ପାଇଁ ଆଗକୁ ଆହୁରି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ମଙ୍ଗଳବାର ଦିନ ନନ୍ଦନକାନନରେ ପିସିସିଏଫ ସେଠାକୁ ଯାଇ ଏହି ସବୁ ଘଟଣା ବିଷୟରେ ଅନୁଧ୍ୟାନ କରିଥିଲେ । ପ୍ରଣିଉଦ୍ୟାନର ସୁରକ୍ଷା ପାଇଁ ସେଠାରେ ଥିବା ସମସ୍ତ ଭିତର ରାସ୍ତା କୁ ବନ୍ଦ କରାଯିବ । ଏଥିସହ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗଇ ଦିଆଯିବ । ତେବେ ଆଗକୁ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ । ବାରମ୍ବାର ମାରଣାସ୍ତ୍ର ଧରି ଦୁର୍ବୁତ୍ତମାନେ ନନ୍ଦନକାନନ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଅଟକାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button