ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର

୨୦୧୭ ପରଠୁ ରାଜ୍ୟର କଲେଜ କ୍ୟାମ୍ପସରେ ସୃଷ୍ଟି ହେଉ ନାହାନ୍ତି ଛାତ୍ର ନେତା । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର । କ୍ୟାଲେଣ୍ଡରରେ ୟୁଜି, ପିଜି ପିଲାଙ୍କ ପରୀକ୍ଷା, ଫଳ ପ୍ରକାଶ, ଦୁର୍ଗା ପୂଜା ଛୁଟିରୁ ନେଇ ଏକ୍ସ ମାସ ଛୁଟି ପର୍ଯ୍ୟନ୍ତ ତାଲିକା ରହିଛି । ଏମିତିକି ସେମିଷ୍ଟାର ପରୀକ୍ଷା କେଉଁ ତାରିଖରୁ ଆରମ୍ଭ ହେବ ସେ ନେଇ ବି ସୂଚନା ରହିଛି । ହେଲେ ତାଲିକାରୁ ବାଦ ପଡିଛି ଛାତ୍ର ସଂସଦ ନିର୍ବାଚନ । ଯାହାକୁ ନେଇ ତେଜିଛି ଛାତ୍ର ରାଜନୀତି ।

୨୦୧୮ରେ ବାତ୍ୟା ତିତଲି, ୨୦୧୯ରେ କ୍ୟାମ୍ପସ ଅଶାନ୍ତି, ୨୦୨୦ରେ କୋଭିଡ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନ ଟାଳିଥିଲେ ସରକାର । ତା ପରଠୁ ବାହାନା ନ ଥିଲେ ବି ବିନା କାରଣରେ କଲେଜରେ ହେଉନି ନିର୍ବାଚନ । ନିର୍ବାଚନ ନ କରିବା ଯୋଜନାକୁ ନେଇ ସରକାରଙ୍କୁ ଘେରିଛନ୍ତି ଛାତ୍ର ସଂଗଠନ ।

ନିର୍ବାଚନ ହେଲେ କଲେଜରେ ଶିକ୍ଷା ବାତାବରଣ ନଷ୍ଟ ହେଉଥିବାର ଯୁକ୍ତି ଦେଖାଇ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ସ୍ବାଗତ କରିଛି ଛାତ୍ର ବିଜେଡି । ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭାଗ କାମ କରୁଛି । ସେପଟେ ନିର୍ବାଚନ ବନ୍ଦ ହେଲେ କୋର୍ଟର ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛି ବିଜେପି ଯୁବ ମୋର୍ଚ୍ଚା ।

Related Articles

Back to top button