ମୋଦୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲି ଭୁବନେଶ୍ୱରରେ ରାତ୍ରି ରହଣି କରିବେ ପ୍ରଧାନମନ୍ତ୍ରୀ । ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି ଡିସିପି ପ୍ରତୀକ ସିଂ । ବିମାନବନ୍ଦରରେ SPGଙ୍କ ସହ ଆଲୋଚନା କରାଯାଇଛି । CISF ଆଉ ପୋଲିସ ମୁତୟନ ହେବେ । ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ୍ ଫ୍ଲାଇଂ ଜୋନ୍ କରାଯିବ । ଶନିବାର ସନ୍ଧ୍ୟାରେ ଶନିବାର ସନ୍ଧ୍ୟାରେ କାରକେଟ୍ ରିହର୍ସଲ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ/ଏଏସଆଇ, ୨୦ଟି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ହେବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ଼ କରାଯିବ । ତେବେ ଭୁବନେଶ୍ୱରରେ ରୋଡ଼ ସୋ ନେଇ ଡିସିପି କାର୍ଯ୍ୟାଳୟକୁ କିଛି ସୂଚନା ଆସିନି ବୋଲି ସେ କହିଛନ୍ତି ।

Related Articles

Back to top button