
ଆଉ ନିର୍ବାଚନ ଲଢିବେନି ଜଟଣି ବିଧାୟକ ସୁର ରାଉତରାୟ
ଭୁବନେଶ୍ୱର: ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣି ବିଧାୟକ ସୁର ରାଉତରାୟ । ୨୦୨୪ ନିର୍ବାଚନରେ ସେ ଆଉ ଲଢିବେ ନାହିଁ ସୂଚନା ଦେଇଛନ୍ତି । ସୋମବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ରାଉତରାୟ କହିଛନ୍ତି, ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ତାଙ୍କର ପ୍ରତିନିଧିତ୍ୱ କରିବେ । ତାଙ୍କ ନିର୍ବାଚନମଣ୍ଡଳୀରୁ ତାଙ୍କ ବଦଳରେ ତାଙ୍କ ପୁଅ ସିଦ୍ଧାର୍ଥ ୨୦୨୪ ନିର୍ବାଚନ ଲଢିବେ । ତେବେ ସୁର ରାଜନୀତିରୁ ସନ୍ୟାସ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ସେ ଦଳ ଏବଂ ଦଳୀୟ ସଂଗଠନ ପାଇଁ କାମ କରିବେ ବୋଲି କହିଛନ୍ତି ।
ବରିଷ୍ଠ ନେତା ସୁର କହିଛନ୍ତି, ଦେଶରେ କଂଗ୍ରେସ କ୍ଷମତାକୁ ଫେରିବ । ରାହୁଲ ଗାନ୍ଧି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପକ୍ଷେ ରାଜ୍ୟ ନେତୃତ୍ୱ ମଧ୍ୟ କଂଗ୍ରେସ ହାତକୁ ଫେରିବ । ରାଜ୍ୟରେ ଶରତ ପଟ୍ଟନାୟକ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।