ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ। ରବିବାର ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ଭୁବନେଶ୍ୱର AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଥିବା ସଚନା ମିଳିଛି।  ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରୁଥିଲେ। ବେଙ୍ଗାଳୁରୁ ପରେ ତାଙ୍କୁ ଗତ ୧୫ ଦିନ ହେବ ଭୁବନେଶ୍ୱର AIIMSକୁ ଅଣାଯାଇଥିଲା। ରବିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସ୍ୱର୍ଗତ ଅଜିତ ମହାନ୍ତିଙ୍କ ପତ୍ନୀ ଶାନ୍ତି ମହାନ୍ତି ସୂଚନା ଦେଇଛନ୍ତି। ଅଜିତଙ୍କ ବିୟୋଗରେ ଖ୍ୟାତିସମ୍ପନ୍ନ ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related Articles

Back to top button