ନୂଆ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହେଲେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି

ଭୁୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ନୂଆ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ରାଜ୍ୟର ଦୈନିକ ଖବରକାଗଜ ‘ସମାଜ’ରୁ ସେ ଅବସର ଗ୍ରହଣ କରିଥିଲେ। ଅବସର ବେଳେ ସେ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। ଜଣେ କ୍ରୀଡା ସାମ୍ବାଦିକ ଭାବେ ତାଙ୍କର ବେଶ ଭଲ ସୁନାମ ରହିଛି।

ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆରେ  ୪ ବର୍ଷ କାମ କକିବା ପରେ ସେ ‘ସମାଜ’ରେ ଯୋଗ ଦେଇଥିଲେ। ଏଠାରେ ସେ ଦୀର୍ଘ ୨୬ ବର୍ଷ ହେବ କାମ କରିଥିଲେ।

୧୯୬୪ ରେ କଟକରେ ଜନ୍ମଗ୍ରହଣ କରିଥିବା ସୁଶାନ୍ତ କୁମାର ମହାନ୍ତି ରେଭେନ୍ସା କଲିଜିଏଟ ସ୍କୁଲର ଛାତ୍ର। ଏହାସହ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ।

ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ୧୫ର ସବ-ସେକ୍ସନ (୩) ଅଧିନରେ ସୁଶାନ୍ତ କୁମାର ମହାନ୍ତିଙ୍କୁ ଏହି ନିଯୁକ୍ତି ମିଳିଛି। ରାଜ୍ୟ ସୂଚନା କମିଶନ ପାଇଁ ରାଜ୍ୟ ସରକାର ଜଣେ ମୁଖ୍ୟ ସୂଚନା କମିଶନର ଓ ୪ ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଇଥାନ୍ତି ।

Related Articles

Back to top button