
ଯାଜପୁର ରୋଡ୍ରେ ରେଲଓ୍ୱେର ଛାନ୍ଭିନ୍ କରୁଛନ୍ତି ବରିଷ୍ଠ ଅଧିକାରୀ
ଯାଜପୁର: ଯାଜପୁର ରୋଡରେ ମାଲଗାଡ଼ି ମାଡ଼ିଯିବା ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।ରେଲଓ୍ବେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି । ଯାଞ୍ଚ ପରେ ରିପୋର୍ଟ ରେଲୱେକୁ ହସ୍ତାନ୍ତର କରାଯିବ।
ସେହିପରି ବୁଧବାର ଦିନ ସେଫ୍ଟି ଅଫିସର ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆଜି ଆଉ ୪ ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଯାଜପୁର ରୋଡ୍ ରେ ମାଲଗାଡି ଗଡିଯିବା ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ଝଡ଼ ବର୍ଷାରୁ ରକ୍ଷା ପାଇବାକୁ ଟ୍ରେନ୍ ଓ୍ବାଗନ୍ ତଳେ ଆଶ୍ରୟ ନେଇଥିଲେ। ହେଲେ ପବନରେ ଗଡ଼ିଥିଲା ଓ୍ବାଗନ। ଆଉ ଚାପି ହୋଇ ପ୍ରାଣ ହରାଇଥିଲେ ୬ ଛଅ ଜଣ ଶ୍ରମିକ।