ଶ୍ରୀମନ୍ଦିରରେ ଅଣହିନ୍ଦୁ ଶ୍ରଦ୍ଧାଳୁଙ୍କୁ ରୋକିବାକୁ ପ୍ରତିହାରି ସେବକ ଦ୍ୱାରରେ ପ୍ରହରା ଦେବେ

ପୁରୀ ଶ୍ରୀମନ୍ଦିର ପାଇଁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି ଅଣହିନ୍ଦୁ ଶ୍ରଦ୍ଧାଳୁ । ମନ୍ଦିର ଭିତରକୁ ଅଣହିନ୍ଦୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ଜଣ ପ୍ରତିହାରି ସେବକଙ୍କୁ ଜଗିବା ପାଇଁ ନିୟୋଜିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ପଦକ୍ଷେପରେ ସକାଳ ଏବଂ ସନ୍ଧ୍ୟା ସମୟରେ ଏହି ପ୍ରତିହାରି ସେବକ ଦ୍ୱାରରେ ପ୍ରହରା ଦେବେ । ଏହାପରେ ପରବର୍ତ୍ତୀ ସମୟରେ ୪ ଦ୍ୱାରରେ ପ୍ରତିହାରି ସେବକଙ୍କୁ ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରତିହାରି ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛକାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି ।

Related Articles

Back to top button