କଟକରେ ଠାବ ହେଲା ଦେହ ବ୍ୟବସାୟ; ରେଡ୍ ସମୟରେ ୨ ଗିରଫ

କଟକ:  ସିଲଭର ସିଟି କଟକରେ ଏକ ସେକ୍ସ ରାକେଟ ଧରା ପଡିଛି । ଦେହ ବ୍ୟବସାୟ ଲିଙ୍କରେ ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରିଥିବାବେଳେ ୪ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ତେବେ ସୂର୍ଯ୍ୟବିହାର ଅଞ୍ଚଳରେ ଏହି ଚଢାଉ ହୋଇଥିବା ଜଣା ପଡିଛି । ତେବେ ବାଦାମବାଡି ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ସେଠାରେ ଚଢାଉ କରିଥିଲା । ଫଳରେ ଏହି ରେଡ୍ ସମୟରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିବା ସହ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ତେବେ ଏହି ଯୁବତୀମାନେ କେଉଁଠିକାର ସେମାନଙ୍କ ପରିଚୟ ଖୋଜୁଛି ପୋଲିସ । ଅପର ପକ୍ଷେ ଏହି ଖବର ଜଣାପଡିବା ପରେ ପୋଲିସ ପ୍ରଶାସନ ତତ୍ପର ହୋଇଛି । ଏଥିସହିତ ଏହି ଘଟଣାର ତଦନ୍ତ କରୁଛି । ତେବେ ଏହି ସେକ୍ସ ରାକେଟ୍ କଟକରେ କେବେ ଠାରୁ ଚାଲିଛି ଏବଂ ଅନ୍ୟ କେଉଁ ସ୍ଥାନରେ ଏପରି ସେକ୍ସ ରାକେଟ୍ ଅଛି ଏହି ସମସ୍ତ ଘଟଣାର ଖୋଳତାଡ କରୁଛି ପୋଲିସ ।

Related Articles

Back to top button