ରାଜଧାନୀର ସେଲୁନ ଆଣ୍ଡ ସ୍ପାରେ ଚାଲିଥିଲା ସେକ୍ସ୍ ରାକେଟ

ରାଜଧାନୀର ଏକ ସେଲୁନରେ ଚାଲିଥିଲା ଦେହ ବେପାର । ଖବର ପାଇ ମାଡିବସିଲା ପୋଲିସ୍ । ରବି ଟକିଜ୍ ଛକର ଏକ ସେଲୁନ ଆଣ୍ଡ ସ୍ପାରେ ପୋଲିସ ରେଡ କରିଥିବା ବେଳେ ଯୁବକ ଏବଂ ଯୁବତୀ ଧରାପଡିଛନ୍ତି ।ସେଲୁନରେ ଅନୈତିକ କାର୍ଯ୍ୟକଳାପ ନେଇ ଖବର ପାଇ ଚଢାଉ କରିଥିଲା ବଡଗଡ ପୋଲିସ । ତେବେ ଜଣେ ଯୁବକଙ୍କ ସହିତ 2ଜଣ ଯୁବତୀ ଧରାପଡିଛନ୍ତି । ମାଡ ମାରିବା ସହିତ ଖରାପ କାମ କରିବା ପାଇଁ ଯୁବତୀଙ୍କୁ ବାଧ୍ୟ କରାଯାଉଥିବା ସୂଚନା ପାଇଛି ପୋଲିସ୍ । ଯୁବତୀ ବଞ୍ଚିବା ପାଇଁ ଚିତ୍କାର କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ତେବେ ରେଡ୍ କରିବା ପରେ ବହୁ ଆପତ୍ତିଜନକ ଜିନିଷ ଜବତ କରାଯାଇଛି । ଆହତ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି ସ୍ପାରେ ତାଲା ପକାଇ ଦେଇଛି ପୋଲିସ ।

Related Articles

Back to top button