ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ

ପାଟଣାଗଡ: ପାଟଣାଗଡର ପ୍ରସିଦ୍ଧ ଶକ୍ତି ପୀଠ ତଥା ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଦେବୀ, ମା ସମଲେଶ୍ୱରୀ ମନ୍ଦିରରେ ମାଙ୍କ ପ୍ରତିଷ୍ଠିତ ପାଟଖଣ୍ଡ ଧୁଆ ହେବା ସହ ଷୋହଳ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦଶହରା ନିମନ୍ତେ ଷୋହଳ ପୂଜା କରାଯାଇଥାଏ । ଏହି କାର୍ଯ୍ୟକ୍ରମ ଶହ ଶହ ବର୍ଷରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି ।

ପାଟଣାଗଡ ଗଡଭିତରରେ ଅବସ୍ଥିତ ମା ପଟଣେଶ୍ୱରୀ, ମା ସମଲେଶ୍ୱରୀ ବାଜା ବଜାଇ ଅର୍ଦ୍ଧ ରାତ୍ରିରେ ପାଇକ ମାନେ ମୁଖ୍ୟ ପାଟଖଣ୍ଡାକୁ ଧରି ପ୍ରଥମେ ପୋଖରୀକୁ ନେଇ ଧୋଇ ସାରିଲା ପରେ ସେଠାରେ ପୁଜା କରିଥାନ୍ତି । ପରେ ଦେବୀ ବାଦ୍ୟରେ ଶୋଭାଯାତ୍ରାରେ ମନ୍ଦିରକୁ ନେଇ ଅଷ୍ଟମୀ ତିଥିରେ ପୂଜା କରାଯାଏ । ସେହି ଦିନ ଠାରୁ ଷୋହଳ ପୂଜା ଆରମ୍ଭ ହୋଇଥାଏ । ବିଗତ ୨ବର୍ଷ ହେବ କୋଭିଡ କଟକଣା ଯୋଗୁ ବିନା ଭକ୍ତ ରେ ଦେବୀଙ୍କ ପୁଜା କରାଯାଉଥିଲା କିନ୍ତୁ ଚଳିତ ବର୍ଷ କଟକଣା କୋହଳ କରାଯାଇଥିବାରୁ ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

Related Articles

Back to top button