ଭୁବନେଶ୍ବରର ୫ ଡାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବରର ୫ ଡାନ୍ସ ବାରକୁ ଅବକାରୀ ବିଭାଗ ଜାରି କରିଛି କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାଯାଇଛି। ନିୟମ ଫାଂକି ଟଙ୍କା ଉଡାଉଥିବାର ପ୍ରମାଣ ପାଇଛି ଅବକାରୀ ବିଭାଗ ।

ଏବେ ନାଇଟ କ୍ଳବ୍, ପବ୍ ଉପରେ ଜୋରଦାର ଚଢାଉ ହେବ। ଆବଶ୍ୟକ ହେଲେ ଲାଇସେନ୍ସ ରଦ୍ଦ ହେବ । ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ବାର ଓ ପବ୍ ରେ ଚଢ଼ାଉ କରାଯାଇଛି । ଆଗକୁ ମଧ୍ୟ ବେଫିକର ଭାବେ ରାତିତମାମ ଚାଲୁଥିବା ବାର ଓ ପବ୍ ରେ ଚଢ଼ାଉ ଜାରି ରହିବ ବୋଲି କହିଛି କମିଶନରେଟ ପୋଲିସ । ରାତି ସାଢ଼େ ଗୋଟାଏ ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି।

ପୂଜା ଆସୁଥିବାବେଳେ କମିଶନରେଟ ପୋଲିସ ଆକ୍ସନ ମୁଡରେ ରହିଛି । ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରୁଛି ପୋଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢ଼ଉ ଜାରି ରହିଛି ।

Related Articles

Back to top button