କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ, ୭ ଦିନରେ ଜବାବ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଭୁବନେଶ୍ୱର:ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏହା ଭିତରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ଓଡିଶା ଗସ୍ତରେ ଆସିଥିଲେ । ସେ କହିଥିଲେ ଓଡିଶାର କଂଗ୍ରେସ କର୍ମୀ ମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଅଛି ତାହା ଖୁବ ଶୀଘ୍ର ଠିକ କରିବାକୁ ହେବ । ଏହି କନ୍ଦଳ ପାଇଁ ଆଜି କଂଗ୍ରେସ ସ୍ଥିତି ଧୀରେ ଧୀରେ ଖରାପ ହେବାର ଲାଗିଛି । ଆଉ ପ୍ରତ୍ୟେକ ନିର୍ବାଚନ ହାରୁଛି କଂଗ୍ରେସ । ତେବେ ଏହି ପରିପ୍ରେକ୍ଷୀରେ ଦଳ ଭିତରେ ବିଶୃଙ୍ଖଳା କରିବା ପାଇଁ କଂଗ୍ରେସର ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଉ ବାରବାଟୀ ବିଧାୟକ ମହମ୍ମଦ ମୋକିମକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି ।
ଉଭୟଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ନେଇ ନୋଟିସ ଜାରି କରାଯାଇଛି ବୋଲି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଛନ୍ତି। ଏଦୁଇ ବିଧାୟକ ଗତ ପଦ୍ମପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ।

ଅନ୍ୟପଟେ  ଜବାବ୍ ଦେବାକୁ କହିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି , ‘ଯାହା ଦଣ୍ଡ ଦେବେ ଗ୍ରହଣ କରିବି । ମୁଁ ଭୋଟ ବିକ୍ରି କଥା କହିନି । ମୁଁ ସର୍ବଦା କଂଗ୍ରେସ ପାଇଁ କାମ କରିଛି ଆଉ ଶେଷ ଯାଏ କରିବି ବୋଲି କହିଛନ୍ତି ସୁର ରାଉତରାୟ।

ଅନ୍ୟପଟେ କଂଗ୍ରେସ ଶୃଙ୍ଖଳା କମିଟିର ସୋ କଜ ନୋଟିସ ପରେ ପ୍ରତିକ୍ରିୟା ରଖି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ନୋଟିସ ପାଇନାହିଁ ନୋଟିସ ପାଇଲେ ତାର ଜବାବ ଦେବି।

Related Articles

Back to top button