ଆଜି ଶ୍ରାବଣ ପ୍ରଥମ ସୋମବାର: ଢେଙ୍କାନାଳ ଜିଲ୍ଲାର ସମସ୍ତ ଶୈବପୀଠକୁ ଜଳ ଲାଗି ପାଇଁ କାଉଡ଼ିଆମାନଙ୍କୁ ବାରଣ

ଢେଙ୍କାନାଳ ୧୭/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଫଳରେ ପ୍ରତ୍ୟକ ବର୍ଷ ପରି କାଉଡ଼ିଆମାନେ ବିଭିନ୍ନ ଶୈବପୀଠକୁ ଜଳ ଲାଗି କରିବାକୁ ଯାଆନ୍ତି। ବିଶେଷ ଭାବେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳର କପିଳାଶକୁ ଆସିବାରେ କାଉଡ଼ିଆମାନଙ୍କ ସଂଖ୍ୟା ଟିକେ ଅଧିକ ରହିଥାଏ। ମାତ୍ର ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର କପିଳାଶ ସହିତ ଢେଙ୍କାନାଳ ଜିଲ୍ଲାର ସମସ୍ତ ଶୈବପୀଠକୁ ଜଳ ଲାଗି ପାଇଁ କାଉଡ଼ିଆମାନଙ୍କୁ ବାରଣ କରାଯାଇଛି।

ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ ଢେଙ୍କାନାଳର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଶୈବପୀଠରେ ପ୍ରଥମ ସୋମବାରରେ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ରବିବାର କର୍କଟ ସଂକ୍ରାନ୍ତି ଥିବାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ୩ ଦିନ ନଦୀର ଜସ୍ପଳା ରହୁଥିବାରୁ ପାଣି ଅଶୁଦ୍ଧି ରହିଥାଏ। ଯେହେତୁ ଚଳିତ ବର୍ଷ ଶ୍ରାବଣର ପ୍ରଥମ ସୋମବାର ୧୮ ତାରିଖରେ ପଡୁଛି ତେଣୁ ଶୈବପୀଠ ଗୁଡିକରେ ଜଳ ଲାଗି କରିବାକୁ ପ୍ରଥମ ସୋମବାର କାଉଡ଼ିଆଙ୍କୁ ମନା କରାଯାଇଛି। ଫଳରେ ଚଳିତ ପ୍ରଥମ ସୋମବାର କପିଳାଶ ସହିତ, ଉଗ୍ରେଶ୍ବର, ଦୌଡ଼େଶ୍ୱର ଆଦି ଜିଲ୍ଲାର ସମସ୍ତ ଶୈବପୀଠ କାଉଡ଼ିଆଙ୍କୁ  ଯିବାକୁ ମନା କରାଯାଇଛି।

Related Articles

Back to top button