
ଆଇନ ମନ୍ତ୍ରୀଙ୍କ ସୂଚନା, ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି
ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସପ୍ତାହକ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷହେବ ବୋଲି ଆଇନ ମନ୍ତ୍ରୀ ଆଜି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସୂଚନା ଥାଉକି ଗତ ୭ମାସ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରିନି ଯେଉଁଥିପାଇଁ ଅନେକ କାର୍ଯ୍ୟ ଅଧାରେ ରହିଛି । ତେବେ କମିଟି ଗଠନ ପରେ ହୁଣ୍ଡି ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ । ଏହାପରେ ପରେ ଶୃଙ୍ଖଳିତ ଭାବେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଏଥିପାଇଁ ଦିବ୍ୟାଙ୍ଗମାନେ ଉତ୍ତର ଦ୍ୱାର ଆନନ୍ଦ ବଜାର ଦେଇ ଶ୍ରୀମନ୍ଦିରକୁ ଆସିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ଏକ ସପ୍ତାହ ମଧ୍ୟରେ ନୂଆ ଅବକାରୀ ନୀତି ମଧ୍ୟ ଗଠନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।