
ସେବାୟତଙ୍କୁ ମାରପିଟ୍ ଘଟଣାରେ ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ଵନାଥ ଖୁଣ୍ଟିଆଙ୍କୁ ନିଲମ୍ବିତ
ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ଵନାଥ ଖୁଣ୍ଟିଆଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ସେବାୟତଙ୍କୁ ମାରପିଟ୍ ଘଟଣାରେ ବିଶ୍ଵନାଥଙ୍କୁ ୩ ମାସ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୩ ମାସ ପାଇଁ ସମସ୍ତ ପ୍ରକାର ସେବାରୁ ନିବୃତ୍ତ ରହିବାକୁ ନିର୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।