
ଆସନ୍ତା ସେପ୍ଟେମ୍ବର ମାସରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର
ଆସନ୍ତା ସେପ୍ଟେମ୍ବର ମାସରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର ବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ। ବିହାରରେ ଏସଆଇଆର କାର୍ଯ୍ୟକାରୀକୁ ନେଇ ବିବାଦ ଲାଗି ରହିଥିବାବେଳେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଏ ସମ୍ପକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ. ଗୋପାଳନ।
ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ଏସଆଇଆର କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତବର୍ଷ ଯେଉଁ ଏସଆଇଆର କରାଯିବ ତାହାର ଚୂଡ଼ାନ୍ତ ଭେରିଫିକେସନ ଆଗାମୀ ବର୍ଷ ଜାନୁୟାରୀ ୭ ତାରିଖରେ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, କଂଗ୍ରେସ, ବିଜେଡି ଏ ନେଇ କରିଥିବା ଆପତ୍ତି, ଅଭିଯୋଗର ଜବାବ ଦିଆଯାଇଛି। ଭତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ବିଶ୍ଵସନିୟତାକୁ ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ ସଂଖ୍ୟା ବୃଦ୍ଧି କରାଯିବ। ଏବେ ୩୮ ହଜାର ବୁଥ ଥିବାବେଳେ ତାହାକୁ ୪୫ ହଜାର କରାଯିବ ବୋଲି ସେ କହିଛନ୍ତି।