ଛାତ୍ରଛାତ୍ରୀମାନେ କୃମୀ ଔଷଧ ଖାଇ ଅସୁସ୍ଥ

ବାଲେଶ୍ୱର ସୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍କୁଲର ଛାତ୍ରଛାତ୍ରୀମାନେ କୃମୀ ଔଷଧ ଖାଇ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ମୁତାବକ, କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ସ୍କୁଲର ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି।ବାନ୍ତି ଝାଡ଼ା ହେବାରୁ ୬ ଜଣ ଅସୁସ୍ଥ ଛାତ୍ରଛାତ୍ରୀ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରମାନେ ପିଲାମାନଙ୍କ ଚିକିତ୍ସାରେ ଲାଗିପଡିଛନ୍ତି।

Related Articles

Back to top button