କ୍ଷୁଦ୍ରତମ ହକି ଷ୍ଟିକ୍‌ ନିର୍ମାଣ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ନିମନ୍ତେ ମନୋନୀତ

ବ୍ରହ୍ମପୁର: ପୁରୁଷ ବିଶ୍ୱକପ୍‌ ହକି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା କ୍ଷୁଦ୍ରତମ ହକି ଷ୍ଟିକ୍‌ ନିର୍ମାଣ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ନିମନ୍ତେ ମନୋନୀତ ହୋଇଛନ୍ତି। ସତ୍ୟ ଗତ ୮ ତାରିଖରେ ୫ ମିଲିମିଟର ଲମ୍ବ ଓ ୧ ମିଲିମିଟର ଓସାର ବିଶିଷ୍ଟ ହକି ଷ୍ଟିକ୍‌ ଗମ୍ଭାରୀ କାଠରେ ତିଆରି କରିଥିଲେ। ଯେଉଁଥିପାଇଁ ତାଙ୍କୁ ୩୦ ମିନିଟ ସମୟ ଲାଗିଥିଲା। ଏଭଳି କଳାକୃତି ନିର୍ମାଣ କରି ସେ ହକିକୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ସତ୍ୟ ତାଙ୍କର କଳାକୃତିକୁ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହାପରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ନିମନ୍ତେ ଆବେଦନ କରିଥିଲେ। ବର୍ତ୍ତମାନ ସତ୍ୟଙ୍କ ଏହି କଳାକୃତି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ନିମନ୍ତେ ମନୋନୀତ ହୋଇଥିବା କହିଛନ୍ତି। ଆଗାମୀ ଦିନରେ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ହାସଲ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।

Related Articles

Back to top button