
ମୋୖସୁମୀକାଳୀନ ପାଟ୍ରୋଲିଂରେ ଶିମିଳିପାଳ ଅଭୟାରଣ୍ୟ ଜଗିବେ ସ୍ନାଇପର ଡଗ୍
ଶିମିଳିପାଳ ଅଭୟାରଣ୍ୟରେ ମୋୖସୁମୀକାଳୀନ ପାଟ୍ରୋଲିଂରେ ଯୋଡ଼ିହେଲେ ସ୍ନାଇପର ଡଗ୍ । ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ନିୟୋଜିତ ଟିମ ସହିତ ପାଟ୍ରୋଲିଂ କରୁଛି ସ୍ନାଇପର ଡଗ୍ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ। ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ରୋକିବା ପାଇଁ ମୋୖସୁମୀକାଳୀନ ପାଟ୍ରୋଲିଂ ଜାରି ରହିଛି। ଉକ୍ତ ପେଟ୍ରୋଲିଂରେ ସ୍ନାଇପର ଡଗ ସ୍କ୍ୱାର୍ଡ ଯୋଡି ହୋଇଛନ୍ତି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଅଭୟାରଣ୍ୟରେ ବନଜନ୍ତୁ ସୁରକ୍ଷା ନିମନ୍ତେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି।