ବାପା ସରକାରୀ ଚାକିରି କରୁଥିବା ମୃତ୍ୟୁ ଘଟିଲେ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ – ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ଯଦି ଜଣେ ବ୍ୟକ୍ତି ରାଜ୍ୟ ସରକାରଙ୍କ ଅଧିନରେ କୌଣସି ସରକାରୀ କରୁଥାନ୍ତି ତେବେ ଚାକିରି ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଲେ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ । ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ପତ୍ନୀଙ୍କ ବଦଳରେ ପୁଅକୁ ମଧ୍ୟ ସରକାରୀ ଚାକିରି ମିଳିପାରିବ ବୋଲି ରାଜ୍ୟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ପିଅନ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୦୮ ମସିହା ଜୁଲାଇ ମାସ ୩ ତାରିଖରେ ତାଙ୍କର ମୃତ୍ୟୁ ଘଟିବା ସମୟରେ ତାଙ୍କର ପୁଅଙ୍କୁ ୧୨ ବର୍ଷ ବୟସ ହୋଇଥିଲା । ସେହିପରି ତାଙ୍କର ପତ୍ନୀଙ୍କୁ ୪୪ ବର୍ଷ ବୟସ ହୋଇଥିଲା । ତେବେ ସେ ସମୟରେ ପତ୍ନୀ ଅସୁସ୍ଥ ଥିବାରୁ ସେ ତାଙ୍କ ସ୍ୱାମୀଙ୍କ ଚାକିରି ପାଇଁ ଆବେଦନ କରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ପୁଅ ସାବାଳକ ହେବା ପରେ ତାଙ୍କୁ ଚାକିରି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଆବେଦନ କରିଥିଲେ ।

ତେବେ ଆବେଦନରେ ବିଳମ୍ବ ହୋଇଥିବା କାରଣ ଦର୍ଶାଇ ଗତ ୨୦୧୩ରେ ବିଭାଗୀୟ କର୍ତ୍ତୃପକ୍ଷ ସାବାଳକ ପୁଅଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ପରେ ଆବେଦନକାରୀ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ମୃତ୍ୟୁର ୫ ବର୍ଷ ପରେ ଆବେଦନ କରାଯାଇଥିବା ଦର୍ଶାଇ ଉକ୍ତ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related Articles

Back to top button