ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ଭୁବନେଶ୍ଵରରୁ ଉଡିବ ବିମାନ

ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ । ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନ। ସେପଟେ ପ୍ରକ୍ରିୟା ଆରମ୍ଭ ହୋଇଛି, ସୁରତ ପାଇଁ ସ୍ଲଟ୍‌ ଦେବାକୁ ଏୟାର ଲାଇନ୍ସକୁ କୁହାଯାଇଛି ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ। ।

ସେହିପରି ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ସେବା । ସପ୍ତାହକୁ ୨ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ବିମାନ ସେବା ଯୋଗାଇବ ‘ଇଣ୍ଡିଆ ୱାନ୍‌ ଏୟାର’ ସଂସ୍ଥା। ଏହି ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଭାବରେ ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button