ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସୋର ରେଳ ଷ୍ଟେସନ

ସୋର:  ଆଜି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ସୋର ରେଳ ଷ୍ଟେସନ। ସକାଳ ୭ଟା ବେଳେ ୪ ନମ୍ବର ପ୍ଲାଟଫର୍ମର ଅପ୍‌ ଲାଇନ୍‌ରେ କୋଇଲା ବେଝେଇ ଟ୍ରେନ୍‌ ଆସୁଥିଲା। ଏହି ସମୟରେ ଏକ ୱାଗନ୍‌ର ଲକ୍‌ ଖସିପଡ଼ିଥିଲା। ଫଳରେ ସର୍ଟରଟି ଖୋଲିଯାଇ ପ୍ଲାଟଫର୍ମକୁ ତାଡ଼ି ପକାଇଥିଲା। ଏହା ସହିତ ଯାତ୍ରୀଙ୍କ ପାଇଁ ଥିବା ସେଡ୍‌ଟି ଭାଙ୍ଗିପଡ଼ିଥିଲା। ତେବେ ଟ୍ରେନ୍‌ର ଗତି କମ୍‌ ଥିବାରୁ ବେଶି କିଛି କ୍ଷୟକ୍ଷତି ହୋଇ ନଥିଲା। ଯାତ୍ରୀ ଓ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଆଗକୁ ଯେମିତି ଏପରି ନହୁଏ, ସେଥିପାଇଁ ରେଳ ବିଭାଗ ସଜାଗ ହେବା ଉଚିତ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

 

Related Articles

Back to top button