ଘସିପୁରାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ

୨୪ ନିର୍ବାଚନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ଘସିପୁରାରେ ଏକ ବିଶାଳ ଜନସଭା ପରେ ଘୋଷଣା କଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଜନସଭା ପରେ ସୌମ୍ୟ କହିଛନ୍ତି ଯେ, ଆଜିର ସମାବେଶ ଦେଖି ଲାଗୁଛି ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି । ଘସିପୁରା ଅଞ୍ଚଳରେ ଦୀର୍ଘଦିନ ଧରି ହେଉଥିବା ଗୁଣ୍ଡାଗର୍ଦ୍ଦି, ହତ୍ୟାକାଣ୍ଡ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲୋକେ ସ୍ୱର ଉଠାଇବାକୁ ଲାଗିଲେଣି । ଲୋକମାନେ ଅପରାଧୀଙ୍କ ହାତରୁ କ୍ଷମତା ଛଡ଼ାଇ କିଛି ଭଲ ଲୋକଙ୍କ ହାତରେ ଦେବାକୁ ଉତ୍କଣ୍ଠା ଆଗ୍ରହ ମୁଁ ଦେଖିପାରୁଛି । ତେଣୁ ଲୋକଙ୍କ ଚାପରେ ମୁଁ ଘସିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛି । ଆସନ୍ତା ୬ ତାରିଖ କିମ୍ବା ତା ପୂର୍ବରୁ ନାମାଙ୍କନ ଭରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

Related Articles

Back to top button