
ମୋ ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ୍ କଲେ ସୌମ୍ୟାଶ୍ରୀଙ୍କ ବାପା
ମୋ ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ୍ କଲେ ସୌମ୍ୟାଶ୍ରୀଙ୍କ ବାପା । ମୋ ଝିଅ ଚାଲିଯାଇଛି, ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ। ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି । କିଛି ଦାବି ପୂରଣ କରିଛନ୍ତି । ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଗତକାଲି ରାଷ୍ଟ୍ରପତି ୧୦ ମିନିଟ୍ ମୋ ସହ ଆଲୋଚନା କରିଥିଲେ । ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ। ସୌମ୍ୟାଶ୍ରୀଙ୍କ ବାପା। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି କହିଲେ ।