ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି

ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଚି ଆଗକୁ ଅଗ୍ରସର ହେବା ପାଇଁ। ସ୍ୱାଭାବିକ ସମୟରୁ ଦୁଇ ଦିନ ଆଗୁଆ କେରଳ ଆସିଚି ମୌସୁମୀ। ଗତବର୍ଷ ୨୦୨୩ ରେ ଜୁନ୍ ୮ ତାରିଖରେ ମୌସୁମୀ କେରଳ ଆସିଥିବାବେଳେ ଚଳିତବର୍ଷ ଆଗୁଆ ପ୍ରବେଶ କରିଚି। ଏହାସହ ଉତ୍ତର ପୂର୍ବ ଭାରତର କିଛି ଅଞ୍ଚାଲରେ ପ୍ରବେଶ କରିବା ସହ ଆଗକୁ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଚି। ତେବେ ଓଡ଼ିଶାକୁ ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ଦ୍ଵିତୀୟ ସପ୍ତାହ ରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ହେଲେ ଏ ଯାଏଁ ସ୍ପଷ୍ଟ ହୋଇନି। ।ଆଗାମୀ ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଗ୍ରୀଷ୍ମପ୍ରବାହ ରହିବ। ହିଟ୍ ୱେବ୍ ସହ ଉଷ୍ମ ରାତି ଓ ଉପକୂଳ ରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ରେ ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଚି। ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରି ରେ ହିଟ୍ ୱେବ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୩୧ ଓ ୧ ରେ ମଧ୍ୟ ଗ୍ରୀଷ୍ମପ୍ରବାହ ରହିବା ସହ ଆସନ୍ତା ୫ ଦିନ ଯାଏଁ ଉପକୂଳ ରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତା ୨ ଓ ୩ କାଳବୈଶାଖୀ ବର୍ଷା ହେବ। ଝଡ ପବନ ସହ ବର୍ଷା ସମ୍ଭାବନା ମଧ୍ୟ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛନ୍ତି।

Related Articles

Back to top button