ଚଳିତବର୍ଷ ବିଳମ୍ବରେ ଓଡ଼ିଶାକୁ ପ୍ରବେଶ କରିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ଦେଇ ଥାଇଲାଣ୍ଡର ପୂର୍ବଦିଗକୁ ଗତି କରୁଥିଲା। ଶୁକ୍ରବାରଠାରୁ ଏହା ଗତିପଥ ବଦଳାଇ ଉତ୍ତର ଆଡ଼କୁ ଗତି କରୁଛି। ଅନ୍ୟପଟେ ବଙ୍ଗୋପସାଗରକୁ ପୂର୍ବ ଦିଗରୁ ପବନ ବହୁଛି। ଏହାଦ୍ବାରା ମୌସୁମୀ ବଙ୍ଗୋପସାଗରୀୟ ଶାଖା ଦୁର୍ବଳ ହୋଇପାରେ। ମୌସୁମୀ ବିଳମ୍ବ ସମ୍ଭାବନା ଥିବାରୁ ଜୁନ୍ ୧୦ ପରେ ଚାଷୀ ତଳି ପକାଇବା ଓ ବୁଣାବୁଣି ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Related Articles

Back to top button