ତୃତୀୟ ଦିନରେ ଭାଙ୍ଗିଦେଲେ ବାଚସ୍ପତି ଙ୍କ ପୋଡିୟମ : ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ।

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିରୋଧି । ପୋଡ଼ିୟମ ଚଢ଼ି ମାଇକ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ । ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଘଣ୍ଟାଏ ପାଇଁ ମୁଲତବି କଲେ ବାଚସ୍ପତି। ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି । ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି ।

ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବଜେଟ ଅଧିବେଶନର ତୃତୀୟ ଦିନରେ ବି ଗୃହ ଚାଲିପାରିନି । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପୂର୍ବରୁ ଗୃହ ଆରମ୍ଭରୁ ହୋହଲ୍ଲା ହେବା ଯୋଗୁଁ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ।ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ । ସେପଟେ ପରୀ ମାମଲାରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ବିଧାୟକମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଏସବୁ ଭିତରେ ବାଚସ୍ପତି ପ୍ରମିଳା ମଲ୍ଲିକା ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ପଣ ଚାଉଳକୁ ନେଇ ବିଜେପି ଓ ବିଜେଡି ବିଧାୟକମାନଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ହଟ୍ଟଗୋଳ ଏତେ ଉଗ୍ରରୂପ ନେଇଥିଲା କି, ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ ଭାଙ୍ଗି ଦେଇଛନ୍ତି ।

Related Articles

Back to top button