
ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା
ବିଧାନସଭା ଗୃହରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ସୂଚନାଯୋଗ୍ୟ ବିଧାନସଭା ଗୃହ ଭିତରେ କିଛି ବିଧାୟକ ମୋବାଇଲ ଫୋନରେ କଥା ହେଉଥିବା ବେଳେ କିଛି ବିଧାୟକ ଫଟୋ ଉଠାଇବା ଦେଖିବାକୁ ମିଳୁଛି । ଯେଉଁଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଗୃହରେ ଏ ସବୁ କରିବା ଅନୁଚିତ ଅଟେ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିଦ କରିଛନ୍ତି ବାଚସ୍ପତି। ଏଥିସହ ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି ସେଥିପାଇଁ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି କହିଛନ୍ତି ।