ବିଧାନସଭାର ତୃତୀୟ ଅଧିବେସନ ପୂର୍ବରୁ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତୀ ସୁରମା ପାଢୀ
ଫ୍ରେବୁୟାରୀ 13 ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତୀ ସୁରମା ପାଢୀ । ବିଧାନସଭାରେ ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।13ରୁ ବିଧାନସଭା- ଆସନ୍ତା ଫେବୃଆରୀ 13 ତାରିଖରେ ଆରମ୍ଭ ହେବ ବିଧାନସଭା । 13 ତାରିଖରେ ମହାମହିମ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ । ଏହାପରେ 14 ଏବଂ 15 ତାରିଖରେ ଅଭିଭାଷଣ ସମ୍ପର୍କରେ ଆଲୋଚନା ହେବ । ଚଳିତ ବିଧାନସଭାରେ 28 ଦିନ କାଯ୍ୟକାରୀ ସ୍ଥିର ହୋଇଛି । ଏହା ଭିତରେ 3 ଦିନ ସରକାରୀ ଏବଂ 3 ଦିନ ବେସରକାରୀ କାଯ୍ୟକ୍ରମ ରଖାଯାଇଛି ।ଫେବୃଆରୀ 17ରେ ବଜେଟ୍- ରାଜ୍ୟ ବଜେଟ୍ 17 ତାରିଖରେ ଆଗତ ହେବା ପରେ ଆଲୋଚନା ହେବ । ବଜେଟ ସମ୍ପର୍କରେ ସ୍ୱତନ୍ତ୍ର ଭାବରେ ନିରୀକ୍ଷକ କରିବା ପାଇଁ 22 ତାରିଖରୁ ମାର୍ଚ୍ଚ 6 ତାରିଖ ପର୍ଯନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ଵାର ଆଲୋଚନା ହେବ ।
7 ମାର୍ଚ୍ଚରେ ସ୍ଥାୟୀ କମିଟି ଦ୍ଵାର ରିପୋର୍ଟ ଉପସ୍ଥାପନା ହେବ । ଏହାପରେ ମାର୍ଚ୍ଚ 10 ତାରିଖ ଠାରୁ ଖର୍ଚ୍ଚ ଦାବୀ ସମ୍ପର୍କରେ ଆଲୋଚନା ହେବ । 29 ତାରିଖରେ ବିନିଯୋଗ ବିଲ୍ ଉପରେ ଉପସ୍ଥାପନା ହେବ ।ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ଗଠନ ମୂଳକ ପରାମର୍ଶ ଦେଲେ ତାହା ଉପାଦାୟ ହେବ । ବିରୋଧୀଙ୍କ ବିଶୁଙ୍ଖଳାକୁ ଆଚରଣ କଲେ ତାହା ବରଦାସ୍ତ କରାଯିବ ନାହିଁ ବୋଲି ବାଚସ୍ପତୀ କହିଛନ୍ତି ।