ଦୀପାବଳୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆସନ୍ତାକାଲି ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପୟାଶ୍ରାଦ୍ଧ ପାଇଁ ପ୍ରସ୍ତୁତି ମଧ୍ୟ କରାଯାଇଛି ଜବରଦସ୍ତ ପ୍ରସ୍ତୁତି । ସୂଚନା ଅନୁଯାୟୀ, ଦୀପାବଳୀ ଅବସରରେ ହିନ୍ଦୁ ପରମ୍ପରା ଅନୁସାରେ ଆମ ପୂର୍ବ ପୁରୁଷଙ୍କୁ ବଡବଡୁଆ ଡକାଯାଏ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି | ଏଥିପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି ।

ସେଠାରେ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ କାଉଁରିଆ ଜାଳିପାରିବେ ଏହାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ଏବଂ ତାଙ୍କ ସୁରକ୍ଷା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ।

Related Articles

Back to top button