ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର: ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ( Odisha Joint Entrance Examination)। ଓଜେଇଇ ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୨୨,୩୪୩ ଜଣ ପରୀକ୍ଷାର୍ଥୀଙ୍କୁ ର‌୍ୟାଙ୍କ ମିଳିଛି । Ojee.nic.in ରେ ର‌୍ୟାଙ୍କ କାର୍ଡ ଡାଉନଲୋଡ୍‌ କରିପାରିବେ ଛାତ୍ରଛାତ୍ରୀ । ବିଟେକ୍‌ (B.Tech.) କୋର୍ସ ପାଇଁ 9651 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ସେମାନଙ୍କ ମଧ୍ୟରୁ 7266 ଜଣ ର‌୍ୟାଙ୍କ ପାଇଛନ୍ତି ।

ସେହିଭଳି ବି.ଫାର୍ମାରେ 4093 ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିବାବେଳେ 3243 ଜଣ ପରୀକ୍ଷାର୍ଥୀ ର‌୍ୟାଙ୍କ ପାଇଛନ୍ତି । ଏମବିଏ(MBA)ରେ 6000 ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିବାବେଳେ 4566 ଜଣ ପରୀକ୍ଷାର୍ଥୀ ର‌୍ୟାଙ୍କ ପାଇଛନ୍ତି । ସେହିପରି ଏମସିଏ(MCA)ରେ 2599 ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିବାବେଳେ 2165 ଜଣ ପରୀକ୍ଷାର୍ଥୀ ର‌୍ୟାଙ୍କ ପାଇଛନ୍ତି । ଏଲଇ ଟେକ( LE-Tech)ରେ 5663 ଜଣଙ୍କ ମଧ୍ୟରୁ 4604 ଜଣ ପରୀକ୍ଷାର୍ଥୀ ର‌୍ୟାଙ୍କ ପାଇଛନ୍ତି । ଏମ ଫାର୍ମରେ 143 ଜଣଙ୍କ ମଧ୍ୟରକୁ 112 ଜଣ ପରୀକ୍ଷାର୍ଥୀ ର‌୍ୟାଙ୍କ ପାଇଛନ୍ତି । ମୋଟ 28655 ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିବା କରିଥିବାବେଳେ ମୋଟ 22343 ଜଣ ପରୀକ୍ଷାର୍ଥୀ ର‌୍ୟାଙ୍କ ପାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା (Odisha Joint Entrance Examination) ଚଳିତ ମାସ 3 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ରାଜ୍ୟର 30ଟି ସହରର 38ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ବିଟେକ, ଏମବିଏ, ବିଫାର୍ମା, ଏମସିଏ, ଏମଟେକ ଭଳି କୋର୍ସ ଗୁଡିକ ପାଇଁ ପରୀକ୍ଷାର୍ଥୀ ଦେଇଥିଲେ । ଚଳିତ ଥର ମୋଟ 28655 ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ 22406 ଜଣ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା କମ୍ପ୍ୟୁଟର (CBT) ମୋଡ୍‌ରେ ହୋଇଥିଲା । 22406 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 22343 ଜଣଙ୍କୁ ମିଳିଛି ର‌୍ୟାଙ୍କ । ଏହା ଛଡା ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର କରାଯାଇଥିଲା ।

ଅଗଷ୍ଟ 26 ତାରିଖରେ ଓଜେଇଇ ୱେବ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । LE-Tech (ଡିପ୍ଲୋମା), LE-Tech (ବିଏସସି), LE-Pharm ଏବଂ Integrated MBA ପ୍ରୋଗ୍ରାମ୍ ପାଇଁ OJEE ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ଏଥର କାଉନସେଲିଂ ପ୍ରକ୍ରିୟାରେ ବିଳମ୍ବ ହୋଇଥିବାବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Related Articles

Back to top button