
ଆସନ୍ତା ୩୧ରେ ହେବାକୁ ଥିବା ସ୍ବତନ୍ତ୍ର OTET ସ୍ଥଗିତ
ଆସନ୍ତା ୩୧ରେ ହେବାକୁ ଥିବା ସ୍ବତନ୍ତ୍ର OTET ସ୍ଥଗିତ ରଖାଯାଇଛି । OTET ସ୍ଥଗିତ ନେଇ ବିଏସଇ ସୂଚନା ଜାରି କରିଛି । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଏବଂ ଖୁବ୍ ଶୀଘ୍ର ହେବ ବୋଲି ବୋର୍ଡ ସୂଚନା ଦେଇଛି । କହିରଖୁଛୁ ଜୁଲାଇ ୨୦ରେ ସ୍ୱତନ୍ତ୍ର ଓଟିଇଟି-୨୦୨୫ ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବେ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପରୀକ୍ଷା ବାତିଲ କରାଯାଇଥିଲା । ଘଟଣାର ତଦନ୍ତ କରି ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।